ସଫଳ ଉଜ୍ଜ୍ୱଳା ଯୋଜନା ନେଇ ମୋଦୀ ଏହି ପ୍ରଶଂସା କରିଛନ୍ତି । ଧର୍ମେନ୍ଦ୍ରଙ୍କ ପାଇଁ ଲକ୍ଷ୍ୟ ପୂରଣ ହୋଇପାରିଛି ବୋଲି ମୋଦୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, ୨୦୧୪ ସୁଦ୍ଧା କେବଳ ୫୫% ଲୋକଙ୍କର ଗ୍ୟାସ ସଂଯୋଗ ଥିଲା । ବର୍ତ୍ତମାନ ଦେଶରେ ୯୮% ଲୋକଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି । ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା । ବର୍ତ୍ତମାନ ୨୮କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି । ୬୦ ବର୍ଷରେ କେବଳ ୧୪ କୋଟି ଗ୍ୟାସ ସଂଯୋଗ ହୋଇଥିଲା । ଆମେ ୬ ବର୍ଷରେ ଆଉ ୧୪ କୋଟି ଗ୍ୟାସ ସଂଯୋଗ କରାଇଛୁ । ଯଦି ପୂର୍ବ ଧାରାରେ ଚାଲିଥାନ୍ତା ତାହାଲେ ଶତାବ୍ଦୀ ସରିଯାଇଥାନ୍ତା ।