ବିଜେପି କାର୍ଯ୍ୟାଳୟରେ ଶୁଣାଯିବ ଲୋକଙ୍କ କଥା

Spread the love

ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ ।ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଜାରି ରଖିଛନ୍ତି ।

ଆଜିଠାରୁ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଦୁଇ ମନ୍ତ୍ରୀ ଏସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *