ବଜେଟ ଅଧିବେଶନ ନେଇ ରଣନୀତି ତିଆରି କରୁଛି ବିଜୁ ଜନତା ଦଳ । ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟାବେଳେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ଦଳର ରଣନୀତି ଚୂଡ଼ାନ୍ତ ହେବ ।
ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବାନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ନୂଆ ସରକାରଙ୍କ ବଜେଟର ରୂପରେଖକୁ ଅପେକ୍ଷା ରହିଛି ।
ନିର୍ବାଚନରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା । ସରକାରକୁ ଆସିବା ପରେ ବିଜେପି ତାହାକୁ କେତେ ପାଳନ କରୁଛି, ତାହା ଉପରେ ନଜର ରହିବ । ଏସବୁ ପ୍ରତିଶ୍ରୁତି ବଜେଟରେ ପ୍ରତିଫଳିତ ହେବ କି ନାହିଁ, ତାହା ଦେଖିବାର ଅଛି । ଏହାବାଦ୍ ଓଡ଼ିଶାର ହକ୍ ନେଇ ବିଜେଡି ସବୁବେଳେ ଲଢ଼େଇ କରିଆସୁଛି ।