ଚଳିତ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟିଙ୍କୁ ଭାଙ୍ଗି ଦିଆଯାଇଛି । ଏଥିସହ ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟି ସମେତ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ମଣ୍ଡଳସ୍ତରୀୟ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ କ୍ରମେ ଏହି ପଦକ୍ଷେପ ନିଆଯାଇଛି।
ପରବର୍ତ୍ତୀ ଜିଲ୍ଲାସ୍ତରୀୟ କମିଟି ଗଠନ ହେବାଯାଏଁ ବର୍ତ୍ତମାନର ଜିଲ୍ଲା ସଭାପତିମାନଙ୍କୁ କାମଚଳା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।
ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ୨୦୧୯ ନିର୍ବାଚନ ତୁଳନାରେ ଅଧିକା ବିଧାୟକ ଜିତିଥିଲେ ମଧ୍ୟ ସେଭଳି ସଫଳତା ହାସଲ କରି ପାରି ନଥିଲା। ମାତ୍ର ୧୪ ଜଣ ବିଧାୟକ ଜିତିଥିବା ବେଳେ ସାଂସଦ ଭାବେ ଜଣେ ଜିତିଥିଲେ। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗି ରହିଥିଲା।