ଆଜିହେଉଛି ବିଶ୍ବ ବାଘ ଦିବସ।

Spread the love

ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଛି । ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥ‌ିବା ପରିବେଶକୁ ସୁରକ୍ଷିତ ରଖୁବା ଦିଗରେ ଜନ ସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ବ ବାଘ ଦିବସ ଭାବେ ପାଳନ କରାଯାଉଛି।
ଶିମିଳିପାଳ ପାଖରେ ହେବ ବିଶ୍ବର ପ୍ରଥମ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ । ପିସିସିଏଫ୍ (ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏହି ସଫାରୀ ପ୍ରତିଷ୍ଠା ହେବ । ଏଥିଲାଗି ଏନ୍ସିସିଏ ଅନୁମତି ଦେଇଛି । ଏହା ଶିମିଳିପାଳ ଅଭୟାରଣ୍ୟ ଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର୍ ଜମିରେ ସ୍ଥାପନ ହେବ ।

ପାଖାପାଖୂ ୧୦୦ ହେକ୍ଟର୍ରେ ବାଘ ରହଣି ସୁଳ ହେବ । ବାକି ୧୦୦ ହେକ୍ଟର୍ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାକିଂ ଓ ପ୍ରାଣୀ ଚିକିତ୍ସା ସୁବିଧା ସୃଷ୍ଟି ପାଇଁ ବ୍ୟବହାର କରାଯିବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ଏଠାରେ ରହିବେ ।

Leave a Reply

Your email address will not be published. Required fields are marked *