ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରର ମହିଳାଙ୍କୁ ପ୍ରତି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ସ୍ତବ ପାଠ କରିବା ଉଚିତ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ମା’ଲକ୍ଷ୍ମୀ ସର୍ବଦା ତାଙ୍କ କୃପା ପରିବାର ଉପରେ ରଖିଥାଆନ୍ତି। ମହିଳାଙ୍କୁ ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘର ପୋଛିବା ଉଚିତ। ଏପରି କରିବା ଦ୍ୱାରା ଘରେ କଳହ ଲାଗି ନଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ପ୍ରତି ଅମାବାସ୍ୟା ଦିନ ଘରକୁ ସଫା କରିବା ଉଚିତ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିବା ଉଚିତ। ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ। ଗାଈ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବାର କୁହାଯାଏ।