ନ୍ୟୁଜିଲ୍ୟାଣ୍ଡର ଏକ ସମୁଦ୍ର କୂଳରେ ଏକ ବିରାଟ ମୃତ ବ୍ଲୁ ହ୍ୱେଲ (ତିମି ମାଛ)କୁ ଦେଖିବାକୁ ମିଳିଛି। ଯାହାକି ସମୁଦ୍ର ଜଳରୁ ଭାସି ଆସି କୂଳରେ ଲାଗିଛି। ଜଣେ ସାମୁଦ୍ରିକ ବିଶେଷଜ୍ଞ ସୂଚନା ଦେଇ କହିଛନ୍ତି , ଏହା ଏକ ଦୁର୍ଲଭ ସାମୁଦ୍ରିକ ଜୀବ, ଯାହା ନିକଟରେ ନ୍ୟୁଜିଲ୍ୟାଣ୍ଡରେ ମତ୍ସଜୀବୀଙ୍କ ଏକ ଛୋଟ ଗାଁ ପାଖରୁ ମିଳିଛି।
ଏହା ଏକ ସ୍ପେଡ୍-ଟୁଥେଡ୍ ହ୍ୱେଲ୍। ଏହି ହ୍ୱେଲଟି ଖୁବ ବିରଳ ବୋଲି କୁହାଯାଉଛି,କାରଣ ଏହାକୁ ପୂର୍ବରୁ କେବେ ବି ଲାଇଭ୍ ଦେଖାଯିବାର ତଥ୍ୟ ନାହିଁ।ପ୍ରଥମେ ଏହାର କେବଳ ୩ଟି ନମୂନା ମିଳିଥିଲା ନ୍ୟୁଜିଲ୍ୟାଣ୍ଡ ଓ ଚିଲିରେ। ଦୁଇଟି ସ୍କଲ୍ ଓ ଏକ ଜଅବୋନ୍ ଥିବା କଙ୍କାଳର ଅବଶେଷ ହିଁ ଥିଲା । ବିଶେଷଜ୍ଞଙ୍କ ପାଖରେ ଏହି ଜୀବର ବଂଶବୃଦ୍ଧି , ଆହାର ଓ ଅନ୍ୟ କିଛି ଜିନିଷ ବିଷୟରେ ଅଧିକ ତଥ୍ୟ ନାହିଁ। ସେ କେବେ ଜାଣି ନାହାନ୍ତି କି ଏହି ମାୟାବୀ ଜୀବ କେଉଁଠି ରହୁଛି, କିନ୍ତୁ କିଛି ରିପୋର୍ଟରେ ଜଣାପଡ଼ିଛି କି ଏହାର ପ୍ରଜାତି ଗୁଡ଼ିକ କେବଳ ଦକ୍ଷିଣ ଗୋଲାର୍ଦ୍ଧରେ ମିଳିପାରେ , ସମ୍ଭବତଃ ଦକ୍ଷିଣ ପ୍ରଶାନ୍ତ ମହସାଗରରେ।
ହେଲେ , ଏବେ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ସଂରକ୍ଷଣ ଏଜେନ୍ସି ସୋମବାର( ୧୫ ଜୁଲାଇ)ରେ ଏହି ସ୍ପେଡ୍-ଟୁଥେଡ୍ ହ୍ୱେଲ (ଯାହାକି ଏହି ମାସରେ ଦକ୍ଷିଣ ଦ୍ୱୀପର ସମୁଦ୍ର କୂଳକୁ ଭାସି ଆସିଥିଲା) ବିଷୟରେ କହିବା ପରେ , ଏହା ବିଷୟରେ ଅଧିକ ଜାଣିବା ପାଇଁ ଆଶା ଉଦ୍ଜୀବିତ ହୋଇଛି। ୫ ମିଟରର ଲମ୍ୱର ଜୀବ , ସ୍ୱତନ୍ତ୍ର ପ୍ରକାରର ଥଣ୍ଟ , ବଡ଼ ବଡ଼ ଦାନ୍ତ ଥିବା ଏହି ହ୍ୱେଲକୁ ଓଟାଗୋ ସମୁଦ୍ର ତଟକୁ ଭାସି ଆସିବା ପରେ ଚିହ୍ନଟ କରାଯାଇଛି। ଆଉ ଏହାକୁ ନେଇ ବୈଜ୍ଞାନିକଙ୍କ ମନରେ ଅନେକ ରହସ୍ୟ ଘନିଭୂତ ହୋଇଛି।
ହନ୍ନା ହେଣ୍ଡ୍ରିକ୍ସ ଯିଏ ସଂରକ୍ଷଣ ବିଭାଗର ସାମୁଦ୍ରିକ ଟେକ୍ନିକାଲ ପରାମର୍ଶଦାତା , ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି କି ଆମେ ଏମିତି ବିରଳ ପ୍ରାଣୀଙ୍କ ବିଷୟରେ ବହୁତ କମ୍ , ବ୍ୟାବହାରିକ ଭାବେ କିଛି ବି ଜାଣିନାହୁଁ ଏବଂ ଏହା କହିବାକୁ ଗଲେ ସ୍ୱତନ୍ତ୍ର ପ୍ରକାରର ଅଦ୍ଭୁତ ବିଜ୍ଞାନ ତଥ୍ୟ ଓ ବିଶ୍ୱର ପ୍ରଥମ ସୂଚନା ହେବାକୁ ଯାଉଛି।